କାହିଁକି ଶାକାହାରୀ ଭୋଜନ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ ?

Benefits of Being a Vegetarian in odia
Image Source: AyurHealing


ଏବେ ବିଶ୍ୱରେ ଶାକାହାରୀ ଭୋଜନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଭାରତର ପାରମ୍ପରିକ ଶାକାହାରୀ ଭୋଜନ ପ୍ରତି ବିଶ୍ୱବାସୀ ସଚେତନ ହେଉଛନ୍ତି । ସାଧାରଣତଃ ଶାକାହାରୀମାନେ ଖାଦ୍ୟରେ ମାଂସ, ଅଣ୍ଡା, ଦୁଗ୍ଧ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ । ଏହାଫଳରେ ଲୋକେ ସୁସ୍ଥ ରହିବା ସହିତ ନିରୋଗ ରହିଥାନ୍ତି । ଏହା ପ୍ରମାଣ ସିଦ୍ଧ ହେବା ପରେ ଭେଜାନ୍ ଡାଏଟ ଉପକାରିତା ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବିଶ୍ୱ ଭେଗାନ୍ ଡେ ପାଳିତ ହେଉଛି ।

ବିଶ୍ୱ ଶାକାହାରୀ ଦିବସର ଇତିହାସ

ବ୍ରିଟେନ ଭେଗାନ୍ ସୋସାଇଟି ପ୍ରଥମ ଥର ପାଇଁ ୧ ନଭେମ୍ବର ୧୯୯୪ରେ ବିଶ୍ୱ ଭେଗାନ୍ ଡେ ପାଳନ କରିଥିଲା । ଭେଗାନ୍ ସୋସାଇଟି ୧୯୪୪ରେ ଗଠିତ ହୋଇଥିଲା । ଶାକାହାରୀ ଦିବସର ୫୦ତମ ବାର୍ଷିକୀରେ, ଭେଗାନ୍ ସୋସାଇଟିର ସଭାପତି ଏହାକୁ ସ୍ମରଣୀୟ କରିବା ତଥା ବିଶ୍ୱବାସୀଙ୍କ ମଧ୍ୟରେ ଶାକାହାରୀ ଖାଦ୍ୟ ପ୍ରତି ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଭେଗାନ୍ ଡେ ପାଳନ କରିବାକୁ ଘୋଷଣା କରିଥିଲେ । 

କାହିଁକି ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଏ?

ବିଶ୍ୱ ଶାକାହାରୀ ଦିବସ ପାଳନର ଲକ୍ଷ୍ୟ ହେଉଛି ପରିବେଶ ପ୍ରତି ଲୋକଙ୍କୁ ଜାଗୃତ କରିବା ଓ ଶାକାହାରୀ ଖାଦ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା । ଶାକାହାରୀ ଖାଦ୍ୟ ଖାଇବା ଦ୍ୱାରା, ଅନେକ ରୋଗ କବଳରୁ ଶରୀରରୁ ସୁରକ୍ଷା ମିଳିଥାଏ । ଏପରିକି ଶରୀରରେ ଅନେକ ଗମ୍ଭୀର ରୋଗ ମଧ୍ୟ ଶାକାହାରୀ ଖାଦ୍ୟ ପ୍ରଭାବରେ ଭଲ ହୋଇଯାଇଥାଏ । 

ଶାକାହାରୀ ଖାଦ୍ୟ ଗ୍ରହଣର ଲାଭ

୧. ଶାକାହାରୀ ଖାଦ୍ୟରେ ଅଧିକ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ଅନେକ ଲାଭ ମିଳିଥାଏ । ଏପରିକି ଶାରାହାରୀ ଖାଦ୍ୟରେ ପ୍ରଚୁର ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ଭିଟାମିନ୍-ଇ ରହିଥାଏ । ଏହିସବୁ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିୟମିତ ଶାକାହାରୀ ଖାଦ୍ୟ ଖାଇବା ଫଳରେ ଭୟଙ୍କର ରୋଗ କବଳରୁ ରକ୍ଷା ମିଳିଥାଏ । 

୨. ଶାକାହାରୀ ଖାଦ୍ୟ ହୃଦୟକୁ ସୁସ୍ଥ ରଖିଥାଏ । ଯଦି ଆପଣ ହୃଦଘାତ ପରି ସାଙ୍ଘାତିକ ରୋଗ ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି, ତେବେ ଶାକାହାରୀ ଖାଦ୍ୟ ଆପଣଙ୍କ ପାଇଁ ପ୍ରଭାବଶାଳୀ ହୋଇପାରେ  । ଏହାସହିତ ଫଳ ଏବଂ ପନିପରିବା ନିୟମିତ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ ।


୩. ଯଦି ଆପଣ ଶାକାହାରୀ ଖାଦ୍ୟ ଗ୍ରହଣ କରୁଥାନ୍ତି ତେବେ ଶରୀରରେ ଓଜନ ବଢ଼ିବା ଆଶଙ୍କା ପ୍ରାୟ ନଥାଏ । ଯଦି ଆପଣ ଶରୀରର ଓଜନ ବୃଦ୍ଧି ଘଟିଥାଏ ବା ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି ତେବେ ଶାକାହାରୀ ଖାଦ୍ୟ ଗ୍ରହଣ କରି ଓଜନ ନିୟନ୍ତ୍ରଣ କରିପାରିବେ । 

୪. ଶାକାହାରୀ ଖାଦ୍ୟ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସମସ୍ୟା ଅତ୍ୟନ୍ତ ସାଧାରଣ କଥା । କିନ୍ତୁ ଯଦି ଆପଣ ନିୟମିତ ଶାକାହାରୀ ଖାଦ୍ୟ ଖାଆନ୍ତି, ଏହି ସମସ୍ୟା ଦୂର ହୋଇଯାଇଥାଏ ।

ବିଶ୍ୱବାସୀଙ୍କୁ ଶାକାହାରୀ ଜୀବନଯାପନ କରିବା ପାଇଁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଉଛି ।